ପୁରୀ : ପୁରୀ କୋଣାର୍କ ରାସ୍ତାରେ ଦୁର୍ଘଟଣା। ବେଲଦଳ ନିକଟରେ ଦୂର୍ଘଟଣା। ବେଲଦଳ ନିକଟରେ ଏକ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡେଇଦେଇଛି। ଯେଉଁଥିରେ ୫ଜଣ ଆହାତ ହୋଇ ପୁରୀ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କାରକୁ ଚଳାଉଥିବା ବ୍ୟକ୍ତିର ଗୋଡ କଟିଯାଇଛି। ଜଣେ ମହିଳା ଓ ଶିଶୁ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି। ଯାଜପୁରୁର ବିଞ୍ଝାରପୁରୁରୁ କୋଣାର୍କ ଦେଇ ପୁରୀକୁ ଆସୁଥିବା ସମୟରେ ଗୋଟିଏ ଦ୍ରୁତଗତିରେ କାର ଆଗପଟୁ ଆସୁଥିବା ସମୟରେ ଏହି କାର ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ସଦର ପୋଲିସ ଓ ମେରାଇନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। କିଭଳି ଭାବରେ ଦୁର୍ଘଟଣା ଘଟିଲା। ଡ୍ରାଇଭର ର ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଲା କି ଏଭଳି ପରିସ୍ଥିତି ରେ ପୋଲିସ ଆହାତ ମାନଙ୍କୁ ଆଣି ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି। କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି।