ହରିଚନ୍ଦନପୁର / ପରେଶ କୁମାର ସେଠୀ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ । କିନ୍ତୁ ସେହି ବ୍ୟକ୍ତିର ପରିଚୟ ମିଳିପାରି ନାହିଁ । ସୂଚନାନୁସାରେ , ସ୍ଵିଫ୍ଟ ଡିଜିଆର କାର କେନ୍ଦୁଝର ଠାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ପିଟାପିଟି ଗାଁ ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା । ଗାଡ଼ି ଡ୍ରାଇଭର ଜଣଙ୍କ ସାମାନ୍ୟ ଆହତ ହୋଇଥିବାବେଳେ ହରିଚନ୍ଦନପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।