ଭୁବନେଶ୍ୱର: ରାଜଧାନୀରେ ସେନା ପୋଲିସ କଳି ଘଟଣା ।ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ପୋଲିସ ଡିଜିଙ୍କ ନିର୍ଦେଶ।
ସୂଚନା ଅନୁଯାୟୀ, ଗତ ଶନିବାର ରାତିରେ ଭରତପୁର ଥାନା ରେ ଘଟିଥିଲା ଘଟଣା ।ରାତି ପ୍ରାୟ 2:30ମିନିଟ ରେ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ ମେଜର ଗୁରୁବନ୍ତ ସିଂ ଓ ବାନ୍ଧବୀ ।ଥାନା କୁ ଆସିବା ପରେ ପୋଲିସ ସହ ବଚସା ହୋଇଥିଲା ।ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ପୋଲିସ କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ଗୁରୁବନ୍ତଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ ତାଙ୍କ ବାନ୍ଧବୀ ଙ୍କୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ ।ପରେ ସେନା ପକ୍ଷରୁ ପାଲଟା ଅଭିଯୋଗ ହୋଇଥିଲା । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ପୂରା ଘଟଣା ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।