୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

0

ଭୁବନେଶ୍ୱର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜରୁ କରାଯାଇଛି। ‘ପୁଞ୍ଜି ନିବେଶ’ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ ଅଧୀନରର ଏହି ଅନୁମୋଦନ ମିଳଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୁଞ୍ଜି ନିବେଶ ନିମନ୍ତେ ୪ ହଜାର ୫୨୮ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି।
ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକ୍ତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୁରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଡି ଯୋଗାଇ ଦିଆଯାଇଛି । ଫଳରେ ଏସବୁ ଯୋଜନା ସହ ଜଡ଼ିତ ପ୍ରକଳ୍ପ ଗୁଡିକର କାମ ତ୍ୱରାନ୍ୱିତ ହୋଇପାରିବ ।