ଭୁବନେଶ୍ୱର:କେନ୍ଦ୍ର ସରକାର ୫ କେଜି ଚାଉଳ କାଟିବା ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କୋଭିଡ ପାଇଁ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୪,୧୫ ଓ ୧୬ ତାରିଖ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ ବିଜେଡି । କେନ୍ଦ୍ର ସରକାର ଧାନ କ୍ରୟ କ୍ଷେତ୍ରରେ ୨୦ ହାଜର କୋଟି ଟଙ୍କା ବଜେଟ ରେ କମ କରାଯାଇଛି । ଉସୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁ ଥିବା ବେଳେ ବର୍ତ୍ତମାନ ତାହା ୧୪ ଲକ୍ଷ କୁ କମ କରାଯାଇଛି । କବେଳ ବରଗଡ଼ ଜିଲ୍ଲାରେ ୪ ଲକ୍ଷ ଟନ ଉସୁନା ଚାଉଳ ଆସୁଛି । ଆଉ ୨୯ ଜିଲ୍ଲା କଣ କରିବେ । ଯାହା ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ ।
ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାକୁ ଦେଉନି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳକୁ କାଟି ଦେଇଛି କେନ୍ଦ୍ର ।ଏଥିପାଇଁ ୧୪ ତାରିଖ ରେ ରାଜଭବନ ଆଗରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ ବିଜେଡି । ସେହିପରି ୧୫ ତାରିଖ ରେ ପଂଚାୟତ ଅଫିସ ଆଗରେ ସାମୁହିକ ଆନ୍ଦୋଳନ ଓ ୧୬ ତାରିଖରେ ବ୍ଲକ ଅଫିସ ଓ ଜିଲ୍ଲାପାଳଙ୍କୁ ଦାବି ପତ୍ର ସହ ବିକ୍ଷୋଭ କରିବ ବିଜୁ ଜନତା ଦଳ ।