ନିର୍ବାଚିତ ବିଧାନ ସଭାର ସଦସ୍ୟ ତାଲିକା ରାଜ୍ୟପାଳଙ୍କୁ ଦେଲେ ସିଇଓ

0

ଭୁବନେଶ୍ୱର: ସଦ୍ୟ ନିର୍ବାଚିତ ଓଡିଶା ବିଧାନ ସଭାର ସଦସ୍ୟ ତାଲିକାର ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତି ଓଡିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି । ଓଡିଶାର ମୁଖ୍ୟ ନିର୍ବାଜନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧିଙ୍କ ସହ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସାକ୍ଷାତ କରି ଉକ୍ତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିମକାରୀ ଡକ୍ଟର ଏନ . ତିରୁମାଲା ନାୟକ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିିହିର ମହାନ୍ତି , ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ମହତୋ ଉପସ୍ଥିତ ରହି ଉକ୍ତ ବିଜ୍ଞପ୍ତିକୁ ମହାମହିମ ରାଜ୍ୟପାଳ ମହୋଦୟଙ୍କୁ ପ୍ରକାନ କରିଥିଲେ । ଓଡିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ମହାମହିମ ରାଜ୍ୟପାଳ ମୁଖ୍ୟ ନିର୍ବାଜନ ଅଧିକାରୀ , ଓଡିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମଜାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ।