ସିଏସ୍ଆଇଆର୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍ଏମ୍ଟି), ଭୁବନେଶ୍ୱର ପକ୍ଷରୁଭାରତବାସୀଙ୍କ ମଧ୍ୟରେ “ୱନ୍ ୱିକ୍ ୱନ୍ଥିମ୍”ଗବେଷଣା କାର୍ଯ୍ୟକଳାପକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ବିଜ୍ଞାନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ସିଏସ୍ଆଇଆର୍-ଆଇଏମଏମଟିରନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ଓଏମସି ଲିମିଟେଡର ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି ଏବଂ ସିଏସ୍ଆଇଆର୍-ଆଇଏମଏମଟିରବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆର ଡାଇରେକ୍ଟର ଜେନେରାଲ ଡକ୍ଟର (ଶ୍ରୀମତୀ) ଏନ କଲିସେଲଭି ଏହି ବିଜ୍ଞାନ ରଥକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।
ଏହି ଅବସରରେ ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆରର ମହାନିର୍ଦ୍ଦେଶକ ଡ. (ଶ୍ରୀମତୀ)ଏନ୍କାଲାଇ ସେଲଭି କହିଛନ୍ତି ଯେ , ଆଜି ଆମେ ବିଜ୍ଞାନ ଭିତ୍ତିକ ଶିକ୍ଷା ଓ ସଚେତନତାକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାନ ରଥକୁ ଉଦ୍ଘାଟନ କରିଛୁ।ଏହି ଅଭିନବ ପ୍ରକଳ୍ପ ଓଡ଼ିଶା, ଜାମସେଦପୁର, ଝାଡ଼ଖଣ୍ଡଏବଂନୟାଗଡ଼ ରାଜ୍ୟର ସ୍କୁଲ, କଲେଜ ଏବଂ ସମ୍ପ୍ରଦାୟ ମାଧ୍ୟମରେ ଯାତ୍ରା କରିବ। ତିନି ସପ୍ତାହ ମଧ୍ୟରେ ଏହା ବୈଜ୍ଞାନିକ ଜ୍ଞାନର ପ୍ରସାର କରିବ ଏବଂ ନାଗରିକ ମାନଙ୍କୁ ଭାରତର ଅଭିବୃଦ୍ଧିରେ ଯୋଗଦାନ କରିବାକୁ ପ୍ରେରିତ କରିବ।ବିଜ୍ଞାନ ରଥର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଓ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯାହାକି ବିକ୍ଷିତ ଭାରତ ୨୦୪୭ର ପରିକଳ୍ପନା ସହିତ ଯୋଡ଼ି ହେବ। ବିଶେଷ କରି ସିଏସଆଇଆର ଜରିଆରେ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଏବଂ ଭାରତର ଭବିଷ୍ୟତକୁ ଗଢ଼ିତୋଳିବା ପାଇଁ ଏହି ପ୍ରୟାସ ପ୍ରତିଶ୍ରୁତି ଦେଇଛି।