ଆସନ୍ତାକାଲି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

0

ପୁରୀ : ଆସନ୍ତାକାଲି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ଚନ୍ଦନଯାତ୍ରା ନିତି  ନିର୍ଘଣ୍ଟ ହେବା ସହ ଅକ୍ଷୟ ତୃତୀୟା, ଭଉଁରୀ ଯାତ୍ରା, ନିଳାଦ୍ରୀ ମହୋଦୟ, ନୃସିଂହ ଜନ୍ମ ପାଇଁ ନିତି ନିର୍ଘଣ୍ଟ କରାଯିବ। ଅକ୍ଷୟ ତୃତୀୟା ଦିନ ୨୦୨୫  ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ ଅନୁକୂଳ ହେବ । ନିତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ସାଢେ଼ ୩ଟାରେ ବିମାନକୁ ଦିଅଁ ବିଜେ କରିବେ। ୪ଟାରେ ରଥଖଳାରୁ ଆଜ୍ଞାମାଳ ବିଜେ ପାଇଁ ନିତି ନିର୍ଘଣ୍ଟ କରାଯାଇଛି। ତେବେ ଛତିଶା ନିଯୋଗ  ନିତି ନିର୍ଘଣ୍ଟ ଉପରେ ମୋହର ମାରିବା ପରେ ପରିଚାଳନା କମିଟି ଏହା ଉପରେ ଚୁଡାନ୍ତ ମୋହର ଲଗାଇବେ।