ଆଜି ଅନୁଷ୍ଠିତ ହେବ ଛତିଶାନିଯୋଗ

ଆଜି ଅନୁଷ୍ଠିତ ହେବ ଅର୍ଥ ସବ୍‌କମିଟି, ଛତିଶାନିଯୋଗ, ନୀତି ସବ୍‌କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

0

(ପୁରୀ) : ଆଜି ଅନୁଷ୍ଠିତ ହେବ ଛତିଶାନିଯୋଗ, ନୀତି ସବ୍‌କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଛତିଶାନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଛତିଶାନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ରହିବେ। କୋଭିଡ କଟକଣା ଯୋଗୁଁ ଏହି ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେହିପରି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ।

ସୂଚନାନୁଯାୟୀ ,ଆସନ୍ତା ୧୫ ତାରିଖରେ ଦଶହରା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହିସନରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ। କୋଭିଡ କଟକଣା ଯୋଗୁଁ ଏହି ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେହିପରି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ। ୨୦୨୧-୨୨ ଆର୍ଥିକ ବର୍ଷର ଶ୍ରୀମନ୍ଦିର ସଂଶୋଧିତ ବଜେଟ ପ୍ରସ୍ତାବ ଗୁଡିକୁ ମଧ୍ୟ ଶ୍ରୀମନ୍ଦିର ଫାଇନାନ୍ସ ସବକମିଟିରେ ଆଲୋଚନା ହେବ।