ବିରୋଧକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ବାଙ୍ଗଲାଦେଶ ମୁଖ୍ୟ ବିଚାରପତି

0

ଢାକା: ବାଙ୍ଗଲାଦେଶରେ ସତ୍ତା ପରିବର୍ତ୍ତନ ପରେ ସେଠାର ମୁଖ୍ୟ ବିଚାରପତି ଓବେଦୁଲ ହସନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ଦୋଳନକାରୀ ଛାତ୍ରମାନେ ଶନିବାର ସେଠାର ସୁପ୍ରିମ କୋର୍ଟ ଘେରାଉ କରିବା ସହ ସେଠାର ସିଜେଆଇଙ୍କ ଇସ୍ତଫା ଦାବି କରିଥିଲେ । ତେବେ ଓବେଦୁଲ୍ଲା ନବଗଠିତ ସରକାରର ବିନା ପରାମର୍ଶରେ ସମସ୍ତ ବିଚାରପତିଙ୍କ ସହ ଏକ ବୈଠକ ଡାକରା ଦେବାକୁ ନେଇ ତାଙ୍କ ଇସ୍ତଫା ଦାବି କରାଯାଇଥିଲା ।
ପ୍ରଦର୍ଶନକାରୀଙ୍କ ଅଭିଯୋଗ କି, ବିଚାରପତି ଷଡଯନ୍ତ୍ରର ଅଂଶ । ବିରୋଧର ତୀବ୍ରତାକୁ ଦେଖି ସିଜେଆଇ ବୈଠକ ବାତିଲ କରିବା ସହ ନିଜ ପଦରୁ ଇସ୍ତଫା ଦେଇଦେଇଛନ୍ତି । ଓବେଦୁଲ୍ଲାଙ୍କୁ ଗତବର୍ଷ ନିଯୁକ୍ତି ଦିଆଯାଇଥିବା ବେଳେ ସେ ପୂର୍ବ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ସମର୍ଥକ ଭାବେ ଜଣାଶୁଣା । ତେଣୁ ଦେଶରୁ ହସିନାଙ୍କୁ ବିତାଡିତ କରିବା ପରେ ପ୍ରଦର୍ଶନକାରୀଙ୍କ ଟାର୍ଗେଟରେ ଥିଲେ ଓବେଦୁଲ୍ଲା ।
ଇାଙ୍ଗଲାଦେଶରେ ସୃଷ୍ଟି ହୋଇଥିବା ଏହି ହିଂସା ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଚାଲିଥିବା ହିଂସା । ଏଥିରେ ୪୫୦ ଲୋକଙ୍କ ମୃତ୍ୟୁ ହେଲାଣି । ବାଙ୍ଗଲାଦେଶରେ ସରକାର ପରିବର୍ତ୍ତନ ପରେ ଅଳ୍ପସଂଖ୍ୟକଙ୍କ ଉପରେ ମଧ୍ୟ ହିଂସା ଥମିବାର ନାଁ ନେଉନାହିଁ । ତେଣୁ ଭାରତ ସରକାର ପକ୍ଷରୁ ସେଠାରେ ରହୁଥିବା ଅଳ୍ପ ସଂଖ୍ୟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରାଯାଇଛି ।