ମାଲକାନଗିରିର ବିଭିନ୍ନ ସ୍କୁଲ ପାଇଁ ୧୦ କୋଟି ୭୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

0

ମାଲକାନଗିରି: ଉପାନ୍ତର ଶିକ୍ଷା କ୍ଷେତ୍ରରେ ଆସିବ ଉନ୍ନତି । ମାଲକାନଗିରିର ବିଭିନ୍ନ ସ୍କୁଲ ଉନ୍ନତିକରଣ ପାଇଁ ୧୦ କୋଟି ୭୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଖୁସି ହୋଇ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଧିକ ବିକାଶ ଆଣିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ । ଏନେଇ ଜିଲ୍ଲାର ସମସ୍ତ ବ୍ଲକ କାର୍ୟାଳୟରେ ସ୍ବତନ୍ତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ୫ଞ ସଚିବ ଭିକେ ପାଣ୍ଡିଆନଙ୍କ ସହ ପିଲାମାନେ କଥା ହୋଇ ଖୁସି ବ୍ୟକ୍ତ କରିଥିଲେ ।