ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରନ ଫର ୟୁନିଟି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ ରନ ଫର ୟୁନିଟି ମାରାଥନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଏକତାର ଶପଥ କରାଇବା ପରେ ନିଜେ ମାରାଥନରେ ଦୌଡିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ବହୁ ମନ୍ତ୍ରୀ , ବିଧାୟକ , ସାଂସଦଙ୍କ ସମେତ ମୁଖ୍ୟ ଶାସନ ସଚିବ ସାମିଲ ହୋଇଛନ୍ତି । ମାରୀଥନରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କ୍ରୀଡା ସଂଗଠନର ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ତେବେ ଏଥର ଅକ୍ଟୋବର ୩୧ ଦୀପାବଳୀ ଛୁଟିଦିନରେ ଜୟନ୍ତୀ ପଡୁଥିବାରୁ ଅକ୍ଟୋବର ୨୯ରେ ଆୟୋଜିତ ହେଉଛି ରନ ଫର ୟୁନିଟି କାର୍ଯ୍ୟକ୍ରମ । ପୂର୍ବରୁ ଏନେଇ ନିଜ ମନ କି ବାତ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।