ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସରି ଦିଲ୍ଲୀରୁ ଫେରୁଛନ୍ତି ନବୀନ

0

ଭୁବନେଶ୍ୱର: ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସରି ଦିଲ୍ଲୀରୁ ଫେରୁଛନ୍ତି ନବୀନ । ଗତ ଶନିବାର ଦିଲ୍ଲୀ ସ୍ଥିତ ବସଭବନରେ ୮୦ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ଲେଖିକା ଗୀତା ମେହେଟ୍ଟା । ତେବେ ଗତକାଲି ଲୋଧି ରୋଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ କରାଯାଇଛି । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଭାଇ ପ୍ରେମ ପଟ୍ଟନାୟକ ଏବଂ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ଥିଲେ ।