ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସମରଝୋଳ ଛକ ନିକଟରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କ ପରିବାର ପ୍ରତି ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତ ମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ୫୯ ନମ୍ବର ଜାତୀୟ ରାଜପଥ ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା । ବସ ତଳେ ଚାପି ହୋଇ ୫ ମୃତ ୨୦ ରୁ ଉର୍ଦ୍ଧ ଆହତ । ଖମ୍ବେଶ୍ୱରୀ ବସ ସହ ଏକ ଅଏଲ ବୋଝେଇ ଟ୍ରକ୍ ମୁହାଁମୁହିଁ। ଚା ଦୋକାନ ଉପରେ ମାଡ଼ିଲା ବସ। ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି। କ୍ରେନ୍ ଯୋଗେ ବସ କୁ ଉଠାଇ ଦମକଳ ବାହିନୀ ଟିମ୍ ବସ ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳେ ସମରଝୋଳ ଗ୍ରାମର ପଞ୍ଚୁ ଗୌଡ଼ (୬୦),ଅରକ୍ଷିତ ଗୌଡ଼ (୬୫), ଏବଂ ୩ ଜଣ ଅଜଣା ବ୍ୟକ୍ତି ଙ୍କ ମୃତ ଘଟିଛି । ଉଭୟ ପଞ୍ଚୁ ଏବଂ ଅରକ୍ଷିତ ଦୁହେଁ ସମୁଧି ହୋଇଥିବା ଜଣାପଡିଛି। ୩ ମୃତକ ଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ୫ ମୃତ ଶରୀରକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠା ଯାଇଛି। ସେଠାରେ ପୁଣି ୨ମୃତ୍ୟୁ ହୋଇଛି ମୋଟ୫ ଜଣ କଂ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲା ପାଳ କହିଛନ୍ତି ୨ ଦମକଳ ବାହିନୀ ଟିମ୍ ଏବଂ ହିଞ୍ଜିଳି ପୋଲିସ ସମେତ ୩ ଥାନା ଅଧିକାରୀ ଙ୍କ ସମେତ ପୋଲିସ ପହଞ୍ଚି ରେସ୍କୁ ଅପରେସନ ଜାରି ରଖିଛନ୍ତି।ସୂଚନା ପ୍ରକାରେ ବ୍ରହ୍ମପୁର ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୋଝେଇ ଟ୍ରକ ସହ ବିପରୀତ ପଟୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ୍ ଦୃତ ଗତିରେ ଆସୁଥିବା ବେଳେ ମୁହାମୁହିଁ ହୋଇ ଭାରସାମ୍ୟ ହରାଇ ବସଟି ଓଲଟି ଯାଇଛି। ବସ୍ ଏବଂ ଟ୍ରକ୍ ର ଇଞ୍ଜିନ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି। ମାର୍କଣ୍ଡ ଚା ଦୋକାନ ରେ ବସ୍ ଚଢିବା ଦ୍ଵାରା ସମ୍ପୂର୍ଣ ଦୋକାନ ନଷ୍ଟ ହେବା ସହ ଚା ପିଇବାକୁ ଆସିଥିବା ୩ ବ୍ୟକ୍ତି ଙ୍କ ମୃତ୍ୟ ଘଟିଥିବା ବେଳେ ଚା ଦୋକାନୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକାରୀକୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠାଇଛି। ଘଟଣା ସ୍ଥଳେ ଆସ୍କା ଏଡିପିଓ ଏବଂ ହିଞ୍ଜିଳି ତହସିଲଦାର ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛନ୍ତି। ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଶୋକର ଛାୟା ଦେଖିବାକୁ ମିଳିଛି।