ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଆଜି ରାଜ୍ୟ ଅତିଥି ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ଅତିଥି ଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ନୂଆ ସୁଖ୍ୟମନ୍ତ୍ରୀ । ଏହି ବୈଟକରେ ପୋଲିସ ଡିଜି ଅରୁଣ ଷଡଙ୍ଗୀ , ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ସାମିଲ ଥିଲେ । ଗୁଇନ୍ଦା ନିର୍ଦେଶକ , ଗୁଇନ୍ଦା ଓ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାର ଏସପି ମାନେ ବି ବୈଠକରେ ସାମିଲ ହୋଇଥିଲେ । ଗୁଣାତ୍ମକ ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟରେ କିଭଳି ଆଇନ ଶୃଙ୍ଖଳା , ସୁରକ୍ଷା , ସ୍ନାନ ପୂର୍ଣ୍ଣିମା , ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ମଓ ମୁକାବିଲା, ପୋଲିସକୁ ଅଧିକ ଲୋକାଭିମୁଖୀ କରିବା , ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ , ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦେବା ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।