ଭୁବନେଶ୍ୱର: ନିରକ୍ଷରତା ଏବେ ସମସ୍ୟା ନୁହଁ। କିନ୍ତୁ ଗୁଣାତ୍ମକ ଶିକ୍ଷା ଆମ ପାଇଁ challenge। ପୃଥିବୀ ର ସବୁଠୁ ଅଧିକ ଯୁବ ବର୍ଗ ଭାରତରେ। ବିଦାୟୀ ନବୀନ ସରକାର କୁ ସୁରଭି କାର୍ଯ୍ୟକ୍ରମ ରେ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ। ରାଜନୈତିକ ଅଭିସନ୍ଧି କାରଣରୁ NEP 2020 କୁ ଲାଗୁ କରାଯାଇ ନଥିଲା। ଏବେ କିନ୍ତୁ ଆମ ସରକାର ଲାଗୁ କରିଛନ୍ତି।
ସୁରଭି କାର୍ଯ୍ୟକ୍ରମ କୁ ଚଳିତ ବର୍ଷ ନିଆରା ଢଙ୍ଗରେ କରାଯାଇଛି। ବିଦ୍ୟାର୍ଥୀ ମାନେ ନୁଆ ଚିନ୍ତା ସହ ବଡ ସ୍ଵପ୍ନ ଦେଖନ୍ତୁ। ଅଭିଭାବକ ମାନଙ୍କୁ କହିବି , ଆପଣ ଗୋଟିଏ ସ୍ଥାନରେ ସୀମିତ ରୁହନ୍ତୁ ନାହିଁ। ମୁଁ ବଡ଼ ହେଲେ ଡାକ୍ତର, ଇଞ୍ଜିନିୟର ଆଦି ହେବି ବୋଲି ବାପା ମା ମାନେ ଶିଖାଇ ଥାନ୍ତି। କିନ୍ତୁ ସେ ଯୁଗ ଚାଲିଗଲାଣି। ନୂଆ ସମ୍ଭାବନା ସ୍ରୁଷ୍ଟି ହେଲାଣି। ବିଲ୍ ଗେଟ୍ସ, apple founder steave ଜବସ କେବେ ଚାହିଁ ନଥିଲେ। ନିଜ ଦକ୍ଷତା କୁ ଚିହ୍ନି ନିଷ୍ପତ୍ତି ନିଅନ୍ତୁ। ବିରୋଧୀ ଦଳ ରେ ଥିବା ବେଳେ ପୂର୍ବ ସରକାର କୁ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରସ୍ତାବ ଦେଇଥିଲି। ବହୁ ଚେଷ୍ଟା କରିଥିଲି। କିନ୍ତୁ ମୋ କଥାକୁ ସେତେବେଳ ର ସରକାର ଶୁଣି ନଥିଲେ। 5T ନାଁ ରେ ସ୍କୁଲ କାନ୍ଥ ରେ ରଙ୍ଗ ଦିଆଗଲା। ସେ କଣ ରୂପାନ୍ତରିତ। ଶିକ୍ଷକ ନଥିଲେ। ମାନସାଙ୍କ ଜାଣି ନଥିବା ପିଲା 5T କୁ ଗଲେ କଣ ହେବ। ସେ କଥା କଣ ବିଗତ ସରକାର ଜାଣି ନଥିଲା। ନା ଭୋଟ ବ୍ୟାଙ୍କ୍ ପାଇଁ 5T ସ୍କୁଲ ନିଷ୍ପତ୍ତି ନେଇଥିଲା ବିଗତ ସରକାର। ଗୋଦାବରିଶ ସ୍କୁଲ ଯୋଜନାରେ ଗୋଟିଏ ଗୋଟିଏ ସ୍କୁଲ ପାଇଁ 3 କୋଟି ଟଙ୍କା ଖର୍ଚ କରାଯିବ। 100 ବର୍ଷ କିମ୍ବା 100 ବର୍ଷ ପୂରଣ କରିବାକୁ ଯାଉଥିବା ସ୍କୁଲ ଗୁଡିକୁ ଏତିହ୍ଯ ସ୍କୁଲ ଯୋଜନାରେ ସାମିଲ କରାଯାଇ ଭିତ୍ତିଭୂମି ବିକାଶ କରାଯିବ। ଡ୍ରପ୍ ଆଉଟ କମାଇବା ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ସରକାର କରିଛନ୍ତି। Pm ଶ୍ରୀ ଯୋଜନା କୁ ଗତ ସରକାର ଲାଗୁ କରିନଥିଲେ। କିନ୍ତୁ ଆମ ସରକାର ଏହାକୁ ଲାଗୁ କରି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବେ।
ମୁଁ ଭାବିନଥିଲି । କିନ୍ତୁ ଉଚ୍ଚ ଆଶା ରଖିଥିଲି। କର୍ମ କରିବା ଦ୍ୱାରା ଆଜି ସାଧାରଣ ମୋହନ ମାଝି ଆଜି ଏଠି। ଶିଶୁ ମନ୍ଦିର ଶିକ୍ଷକ ଥିଲି। କିନ୍ତୁ ଭାବିଲି ରାଜନୀତି କୁ ଆସିବାକୁ ପଡିବ ବିକାଶ ପାଇଁ। ଦୂର୍ବଳ ଭିତ୍ତିଭୂମି ରେ 5T ପରିକଳ୍ପନା ଆଜି ଭୁଶୁଡ଼ି ପଡିଲା। ନେତା ହେବା ପାଇଁ ବାପା ମା ମାନେ କେବେ କୁହନ୍ତି ନାହିଁ ପିଲାଙ୍କୁ। କାରଣ ଏହା ଭଲ ନୁହଁ। କିନ୍ତୁ ରାଜନୀତି ଭଲ ହେବେ କେମିତି । ଭଲ ଲୋକ ହେବା ଦରକାର। ଜଗନ୍ନାଥ ଙ୍କ କୃପା ହେଲା, ନୂଆ ସରକାର ଆସିଲା ଓ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେଲା। ଶିକ୍ଷା କ୍ଷେତ୍ର କୁ ନେଇ ଦେଖିଥିବା ମୋ ସ୍ଵପ୍ନ ଆଜି ପୂରଣ ହେବାକୁ ଯାଉଛି।