ଭୁବନେଶ୍ୱର: ଜାପାନରେ ନିପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏବଂ ତାଙ୍କ ସହ ଥିବା ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି । ପୁର୍ବରୁ ଟୋକିଓ ଓଡ଼ିଶା ବିଜନେଓ ମିଟ୍ରେ ନିପନ୍ ଷ୍ଟିଲ ସଭାପତିଙ୍କ ଆଲୋଚନା ହୋଇଥିଲା । ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ କମ୍ପାନୀ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।ଜାପାନରେ ନବୀନ ପଟ୍ଟନାୟକ ଲଗାତାର ଭାବେ ଅନେକ ଇନଭେଷ୍ଟରସ୍ଙ୍କୁ ମିଟ୍ କରୁଛନ୍ତି ୩ ଦିନ ହେବ ଏବଂ ନିପନ ଷ୍ଟିଲର ଅଧ୍ୟକ୍ଷଙ୍କ ସହ ୱାନ ଟୁ ୱାନ ଆଲୋଚନା ମୁଖ୍ୟ ଆକର୍ଷଣ ଥିଲା । ଯାହା ଦ୍ୱାରା ରାଜ୍ୟରେ ବିପୁଳ ପୁଞ୍ଜି ନିବେଶ ହେବ ଏବଂ ତା ସହିତ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ମୁଖ୍ୟନ୍ତ୍ରୀଙ୍କ ଜାପାନ ଗସ୍ତରୁ ଏଭଳି ଏକ ଉପଲବ୍ଧି ମିଳିବା ନେଇ ଆଶା କରାଯାଉଛି ।