ଝାରସୁଗୁଡ଼ା : ଆଜି ସ୍ୱର୍ଗତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ କ୍ରିୟା । ମନ୍ତ୍ରୀଙ୍କ ଝାରସୁଗୁଡାରେ ଆୟୋଜିତ ହେବ ସ୍ମୃତି ସଭା । ସରବାହାଲ ସରକାରୀ ହାଇସ୍କୁଲ ପଡିଆ ରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭା ପାଇଁ ସୀତତାପ ନିୟନ୍ତ୍ରିତ ମଣ୍ଡପ ନିର୍ମାଣ କରାଯାଇଛି । ଏହି ସ୍ମୁତି ସଭା କାର୍ୟ୍ୟକ୍ରମ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାରେ ଯୋଗଦେଇ ନବ କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ଦାଶଙ୍କ ବିୟୋଗରେ ସାରା ଓଡିଶା ନିବରବଶୂନ୍ୟ ହୋଇ ପଡିଛି । ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଖାଁ ଖାଁ ହୋଇପଡିଛି । ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ଜନତା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରେ ମଧ୍ୟାହ୍ନ ୧୨ ଟାରେ ଅବତରଣ କରିବେ । ସେଠାରୁ ହେଲିକେପଟର ରେ ଆସି ଅସ୍ଥାୟୀ ହେଲିପ୍ୟାଡ଼ ରେ ୧୨ଟା ୧୫ ରେ ଅବତରଣ କରି ଶ୍ରଦ୍ଧାଞ୍ଜଳି ସଭା କୁ ଯିବେ । ୧୨ ଟା ୪୫ ମିନିଟ ରେ ହେଲିକେପଟର ରେ ଝାରସୁଗୁଡା ବିମାନ ବନ୍ଦର କୁ ଯିବା ପରେ ଅପରାହ୍ନ ୧ ରେ ବିମାନ ରେ ଭୁବନେଶ୍ୱର ଫେରିଯିବାର କାର୍ୟ୍ୟକ୍ରମ ରହିଛି । ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ,ବିଧାୟକ ଓ ସାଂସଦ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହି ସଭା ରେ ୫୦ ହଜାର ଲୋକ ଙ୍କ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।