ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା : ସ୍ୱପ୍ନର ଓଡିଶା ସତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ବାସ୍ତବ ରୂପ ନେଇଛି । ସାରା ଦେଶରେ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରଶଂସା ସାଉଁଟିଛନ୍ତି । ଦ୍ୱୀତିୟ ଲହରର କୋଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପରିଚାଳନାର ସଫଳ ରୂପାୟନ ସାରା ଦେଶରେ ପ୍ରଶଂସା ଯୋଗ୍ୟ ହୋଇପାରିଛନ୍ତି । କୋଭିଡର ଦ୍ୱିତୀୟ ଲହରରେ ଦେଶରେ ମେଡିକାଲ ଅକ୍ସିଜେନର ଘୋର ସଂଙ୍କଟ ବେଳେ ପ୍ରତେକ ରାଜ୍ୟ ପାଇଁ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀ । ଶହ ଶହ ଟ୍ୟାଙ୍କରେ ଅନ୍ୟ ରାଜ୍ୟକୁ ଯୋଗାଇ ଦେଇଥିଲେ ଅକ୍ସିଜେନ । ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଅନେକ ରାଜ୍ୟ ତୁଳନାରେ ଆଗରେ ରହିଛି ଓଡିଶା ।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆଉ ଏକ ପାଦ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଦିଗରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇଛନ୍ତି ନବୀନ ପଟ୍ଟନାୟକ ।
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଜିଠାରୁ ମାଲକାନଗିରିରେ କାର୍ୟ୍ୟକାରୀ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ସାଢ଼େ ୧୧ଟାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଷ୍ଟାଡିୟମରେ ଶ୍ରୀ ପଟ୍ଟନାୟକ ପହଞ୍ଚିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରଥମ ପର୍ୟ୍ୟାୟରେ ୧୫୦ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ପ୍ରାୟ ଗୋଟିଏ ଘଣ୍ଟା ସେ ମାଲକାନଗିରିରେ ରହିବେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ କାର୍ଡ ବଣ୍ଟାହେବ। ମାଲକାନଗିରିରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ କାର୍ଡ ବଣ୍ଟନ କାର୍ୟ୍ୟକ୍ରମ ଶୁଭ ଉନ୍ମୋଚନ କରିବେ। ଏଥିପାଇଁ ମାଲକାନଗିରିରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଉ କିଛି ସମୟ ଭିତରେ ଡିଜିଟାଲ କାର୍ଡ ବଣ୍ଟନ କାର୍ୟ୍ୟକ୍ରମ ଶୁଭ ଉନ୍ମୋଚନ କରାଯିବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୫୫ ହଜାର ୮୨୩ କାର୍ଡ ବଣ୍ଟନ କରାଯିବ । କାର୍ଡଧାରୀଙ୍କ ପାଇଁ ୫ ଲକ୍ଷରୁ ୧୦ ଲକ୍ଷ ଯାଏଁ ସ୍ୱାସ୍ଥ୍ୟ ବୀମା ରହିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ଦଳର ସାଙ୍ଗଠନିକ କାର୍ୟ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବା ସବୁ ହିତାଧିକାରୀଙ୍କର ଗତକାଲି କୋଭିଡ୍ ଟେଷ୍ଟ କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିଥିବା ହିତାଧିକାରୀ ହିଁ କାର୍ୟ୍ୟକ୍ରମରେ ଭାଗ ନେବେ। ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ମନ୍ତ୍ରୀମାନେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ଓ ସେମାନଙ୍କୁ ରାଜ୍ୟସ୍ତରୀୟ ଓ ସ୍ଥାନୀୟ ବିଜେଡି ନେତାମାନେ ସହଯୋଗ କରିବେ ବୋଲି ଜଣାପଡ଼ିଛି।
ମାଲକାନଗିରିର ବିକାଶ ପାଇଁ ସଦା ସର୍ବଦା ମୁଖ୍ୟମନ୍ତ୍ରୀ ଆଗେଇ ଆସିଛନ୍ତି । କୋଭିଡ ସମୟରେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ ସଂଙ୍ଗରୋଧର ବ୍ୟବସ୍ଥା, କୋଭିଡ ପରିଚାଳନା ଆଦି କ୍ଷେତ୍ରରେ ଭଲ ପଦର୍ଶନ କରିପାରିଛି । ୧୫୧ ଟି ଗାଁକୁ ସଲଗ୍ନ କରୁଥିବା ଗୁରୁପ୍ରିୟା ସେତୁ ୩୦ ହଜାର ଲୋକ ଉପକୃତ ହେବା ୩୮୮ କୋଟି ଟଙ୍କା ର ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ମାଲକାନଗିରିରେ ଜଳକଷ୍ଟ ଦୂର ହୋଇପାରିଛି ।