ଭୁବନେଶ୍ୱର: ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରରେ ଓହ୍ଲାଇ ପରିଲାନି ବୋଲି କୁହାଯାଉଛି । ଖଡିଆଳରୁ ସଭାସାରି ଫେରିଲା ବେଳେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । ଭୁବନେଶ୍ୱରରେ ଖରାପ ପାଗ ପାଇଁ ଓହ୍ଲାଇ ନପାରି ଝାରସୁଗୁଡା ଗଲା ହେଲିକପ୍ଟର । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଥିବା ସୂଚନା ରହିଛି ।ତେବେ ପାଗ ବଦଳିବା ପରେ ଝାରସୁଗୁଡାରୁ ନବୀନଙ୍କ ହେଲିକପ୍ଟର ବାହାରିବ ବୋଲି କୁହାଯାଉଛି ।