ଗ୍ରାମାଞ୍ଚଳର ବିକାଶରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡକ ଯୋଜନା

0

ଭୁବନେଶ୍ୱର : ଗ୍ରାମାଞ୍ଚଳ ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ମୋଟ ୯୬୦ଟି ରାସ୍ତା ନିର୍ମାଣ କରାଯାଇଛି । ୩୭୪୧.୮୯ କି.ମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯାଉଛି । ଏହିଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ବ୍ୟବସ୍ଥା ହୋଇଛି । ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ଏହା କାର୍ଯ୍ୟକାରୀ ହୋଇଛି । ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଲବିକ ପରିବତ୍ତନ ଆଣିପାରିଛି । ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟସାବ୍ୟସ୍ତ ହେବାସହ ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜର ଉତ୍ପଦନ ଉପଯୁକ୍ତ ବଜାର ସୁବିଧା ପାଇପରୁଛନ୍ତି । ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଠାରୁ ଅନ୍ୟସ୍ତାନରୁ ଦୂରତା କମିବା ସହ ଅଯୋଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନ ଜିବିକା କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେଉଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଦମନ ନିମନ୍ତେ ପୋଲିସ କମ୍ବିଂ ଅପରେସନ ପାଇଁ ଲାଭ ଜନକ ସାବ୍ୟସ୍ତ ହୋଇପାରିଥିବା ବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିଛି । ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସହ ସିଆରପିଏଫ୍ ଆରକ୍ଷୀ ବାହିନୀଙ୍କ ସକାଶେ ସୁବିଧାଜନକ ହୋଇପାରିଛି ।