ସାଲେପୁର / ତାରାକାନ୍ତ ନାୟକ : ବିଦ୍ୟୁତ୍ ସବ ଡିଭିଜନ କାର୍ୟ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଆଜି ସାଲେପୁର ବିଦ୍ୟୁତ୍ ଡିଭିଜନ ଅଧୀନରେ କାର୍ୟ୍ୟରତ ଠିକା କର୍ମଚାରୀମାନେ ୯ ଦଫା ସମ୍ବଳିତ ଦାବିକୁ ନେଇ ସାଲେପୁରର ଟି ପି ସି ଓ ଡି ଏଲ ଡିଭିଜନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।ଦାବିରେ ଧାରଣାରତ ଠିକା କର୍ମଚାରୀ ମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି, ସମାନ କାମ କୁ ସମାନ ଦରମା, ଚାକିରୀ ସର୍ତ୍ତାବଳୀ, ଗ୍ରୁପ୍ ହେଲ୍ଥ ଇନ୍ସୁରାନ୍ସ,, ଗ୍ରୁପ୍ ଟର୍ମ ଇନ୍ସୁରାନ୍ସ,,ଟାଟା ପାୱାର ର ମନମୁଖୀ ଶାସନ, ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଶୋଷଣ ଆଦି ଦାବି ନେଇ ଧାରଣାରେ ବସିଛନ୍ତି । ଅପରପକ୍ଷେ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବିଦ୍ୟୁତ୍ ଠିକା କର୍ମଚାରୀ ମାନେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଧାରଣା ରତ ଠିକା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।