ଭୁବନେଶ୍ୱର: ଅସଲି ବୋତଲ, ନକଲି ମଦ । ମଦ ଦୋକାନରେ ଅବକାରୀ ଚଢାଉ । ନକଲି ମଦ ବିକ୍ରି ଅଭିଯୋଗରେ ଚଢାଉ କରିଛି ଅବାକାରୀ ବିଭାଗ ।ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମତ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍ ଚଢଉ କରାଯାଇଛି।
ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ମଦରେ ପାଣି ମିଶାଇ ସିଲ୍ କରାଯାଉଥିଲା। ଯାହାକୁ ଅନ୍ୟ ଗ୍ରାହକମାନେ କିଣି ନେଉଥିଲେ। ହେଲେ କେହି ଏହାର ଟେର ପାଉନାହାଁନ୍ତି। ନିକଟରେ ଚିକିଟି ମଦ ମୃତ୍ୟୁ ଘଟଣାରେ ଅନେକ ଲୋକପ୍ରାଣ ହରାଇଥିବା ବେଳେ ଅବକାରୀ ବିଭାଗର ନିଦ ଭାଙ୍ଗିଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସରକାରୀ ଲାଇସେନ୍ସ ପ୍ରାପ୍ତ ଏହି ଦୋକାନରେ ଚଢାଉ କରିଥିଲେ।