ଡ୍ରେନ କରିବାକୁ ଟଙ୍କା ମାଗୁଛନ୍ତି କର୍ପୋରେଟର

ଟଙ୍କା ନଦେବାରୁ ଘରେ ଡ୍ରେନପାଣି ପୁରାଇଲେ କର୍ପୋରେଟର! ଅଭିଯୋଗ ଆଣିଲେ ବସ୍ତିବାସିନ୍ଦା

0

ଭୁବନେଶ୍ୱର : ଲୋକେ ଲୋଭ ଆଉ ଟଙ୍କା ପାଇଁ ଏତେ ତଳକୁ ଖସିଗଲେଣି ତାହା କହି ହେବନି । ଧନ ସମ୍ପତି ପାଇଁ ଲୋକେ ଅପରାଧ ପରେ ଅପରାଧ କରି ଚାଳିଛନ୍ତି । ଆଉ ମାନ ବିକତାବି ଭୁଲି ଯାଉଛିନ୍ତି । ଏଭଳି କିଛି ଅଭିଯୋଗ ଆସିଛି ଭୁବନେଶ୍ୱର ଶବର ସାହିର ୩୧ ନମ୍ୱର ୱାର୍ଡ ମଧ୍ୟରୁ। ଟଙ୍କା ନଦେବାରୁ ଘରେ ପୁରେଇଲେ ଡ୍ରେନ ପାଣି । ଏହି ୱାର୍ଡର କର୍ପୋରେଟର ଜବରଦସ୍ତି ଲୋକଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ ହୋଇଛି । ଲୋକ ଟଙ୍କା ନଦେବାରୁ ଲୋକଙ୍କ ଘରେ କର୍ପୋରେଟର ପାଣି ପୁରାଇ ଦେଇଥିବାର ଶବର ସାହି ବାସୀ ଅଭିଯୋଗ କରିଛନ୍ତି । ଏହାସହ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମଧ୍ୟ ମାଗିଛନ୍ତି ।

ଜଳବନ୍ଦୀରେ ଜୀବନ ବିତାଉଥିବା ବସ୍ତି ବାସିନ୍ଦା ଅଭିଯୋଗ ଶୁଣି ଘଟଣାର ତଦନ୍ତ କରିବା ପାଇଁ ଭୁବନେଶ୍ବର ମଧ୍ୟ ଏମ.ଏଲ.ଏ ଅନନ୍ତ ନାରାୟଣ ଜେନା ବସ୍ତି ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଥିଲେ । ଅନ୍ୟପକ୍ଷେ ୩୧ ନମ୍ୱର ୱାର୍ଡର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର ଏଭଳି ଅଭିଯୋଗ କୁ ଖଣ୍ଡନ କରିବା ସହ କଣ ପାଇଁ ବସ୍ତିବାସିନ୍ଦା ଜଳ ବନ୍ଦିରେ ରହିଛନ୍ତି ସେନେଇ ପ୍ରତିକ୍ରିୟା ରଖିଛନ୍ତି। ତେବେ ଘଟଣା ଯାହାବି ହେଉ । କେଉଁ କାରଣ ପାଇଁ ୩୧ ନମ୍ୱର ୱାର୍ଡରେ ଥିବା ଶବର ସାହିରେ ପ୍ରାୟ ୪୦ରୁ ଉର୍ଦ୍ଧ ପରିବାର ଆଜି ଡ୍ରେନ ପାଣି ରେ ଫଶୀ ରହିଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ । ଯଦି ଏହି ଭଳି ସମସ୍ୟା ଲାଗିରହେ ସମସ୍ୟାର ସମାଧାନ ନହୁଏ ତେବେ ବସ୍ତି ବାସିନ୍ଦା ରସୁଲଗଡ଼ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ କୁ ଅଚଳ କରିଦେବାକୁ ଧମକ ଦେଇଛନ୍ତି ।