ନୂଆଦିଲ୍ଲୀ: ଦେଶ ପାଳୁଛି ୭୬ ତମ ଗଣତନ୍ତ୍ର ଦିବସ । ଏହାକୁ ନେଇ ଉତ୍ସବ ମୁଖର ଗାଁ ଠୁ ସହର । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥାୀ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ପାଖାପାଖି ୯୦ ମିନିଟ ପର୍ଯ୍ୟନ୍ତ ଲହି କାର୍ଯ୍ୟକ୍ରମ ଚାଲିବ । ୧୯୫୦ ଜାନୁଆରୀ ୨୬ ତାରିଖରେ ଦେଶରେ ଲାଗୁ ହୋଇଥିଲା ସମ୍ବିଧାନ । ଏହି ଦିନ ଭାରତକୁ ମିଳିଥିଲା ତାର ସମ୍ବିଧାନ । ତେଣୁ ସେବେ ଠୁ ଭାରତ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରି ଆସୁଛି । ଚଳିତ ବର୍ଷ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଭାରତ । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ ଦେଶବାସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।