ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା 

0

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର ।  ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା  ।   ମୌସୁମୀ ଋତୁରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବ  । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକ ନେଇ ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଲନିନୋର ପ୍ରଭାବ ଦୂର୍ବଳ ରହିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।  ଜୁଲାଇ ଓ ଅଗଷ୍ଟ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ୱାଭାବିକ ଅବା ଏହାଠାରୁ ଟିକେ କମ ବର୍ଷା ହେବ ।

ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି । ଡିସେମ୍ବରରୁ ଫେବୃଆରୀ ଯାଏଁ ଉତ୍ତର ଗୋଲାର୍ଦ୍ଧ ଓ ଇରେସିଆ ଅଞ୍ଚଳରେ ସ୍ନୋ କଭର ଅଞ୍ଚଳ କମ ଥିଲା, ଯାହା ମୌସୁମୀ ଉପରେ ଭଲ ପ୍ରଭାବ ପଡିବ ଏବଂ ମୌସୁମୀ ପାଇଁ ସହାୟକ ହେବ ।