ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

0

ନୂଆଦିଲ୍ଲୀ : ମହିଳା ଶିଷ୍ୟାଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆଜି ତାଙ୍କ ଦଣ୍ଡାଦେଶର ହେବ ଶୁଣାଣି। ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରାସ୍ଥିତ ଆଶ୍ରମରେ ସୁରଟର ଜଣେ ମହିଳାଙ୍କୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ୨୦୧୩ ବଳାତ୍କାର ମାମଲାରେ ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେସନରେ ଆଶାରାମଙ୍କ ବିରୋଧରେ ଦାଖଲ ହୋଇଥିବା ଶୁଣାଣି ବେଳେ ଗାନ୍ଧିନଗର କୋର୍ଟ ଏହି ରାୟ ଦେଇଛନ୍ତି। ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ, ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଇତ୍ୟାଦି ଅଭିଯୋଗରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ପୂର୍ବରୁ ହିଁ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

୨୦୧୩ ମସିହାରେ ଯୋଧପୁର (ରାଜସ୍ଥାନ)ର ଏକ କୋର୍ଟ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨୦୧୮ ରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେ ବର୍ତ୍ତମାନ ଯୋଧପୁର ଜେଲରେ ଅଛନ୍ତି। ତେବେ ତାଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆ ଯାଉ ବୋଲି ଦାବୀ ହେଉଥିବା ବେଳେ ତାହା ଉପରେ କୋର୍ଟ ଆଜି କଣ ଶୁଣାଣି ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜରରେ।