ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ

0

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱଲେଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟକା ମିଳିଛି । ତିସ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ୪ ଦିନ ଏବଂ ପରେ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।
ଆଜି ତାଙ୍କ ନ୍ୟାୟିକ ହେପାଜତ ଶେଷ ହେଉଥିବା ବେଳେ ଦିଲ୍ଲୀର ତିସ ହାଜାରି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ହେଲେ ଏଠାରୁ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।