ଭୁବନେଶ୍ୱର : ରବିବାର ହୋଇଥିବା ଗୁଳିକାଣ୍ଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ମୃତ୍ୟୁ ଘଟିଥିଲା । ଯାହାର ବିୟୋଗରେ ସାରା ଓଡିଶା ମର୍ମାହତ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ଟୁଇଷ୍ଟ ଦେଖା ଦେଇଛି । ଗୁଳି କରିଥିବା ଏଏସଆଇ ଗୋପାଳ ଦାସଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ଗୋପାଳ ଦାସର ବଡ଼ଭାଇଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁଶାରେ ଗୋପାଳର ଜଳେଶ୍ୱରପୁର ଘରୁ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ପୁର୍ବରୁ ବଡ଼ଭାଇ ସତ୍ୟନାରାୟଣ ଦାସ ହତ୍ୟାକାଣ୍ଡ ପୂର୍ବରୁ ବ୍ରଜରାଜନଗରରେ ଥିବା ତାଙ୍କର ବ୍ରହ୍ମପୁର ହୋଟେଲ ବନ୍ଦ କରି ଫେରାର ଥିଲେ । ହେଲେ ଆଜି ତାଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ତାଙ୍କୁ ଉଠାଇ ନେଇଛି । ଏଏସଆଇ ଗୋପାଳ ଦାସ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଥିଲେ । ଆଉ ତାଙ୍କ ବ୍ରଜରାଜନଗରରେ ଏକ ହୋଟେଲ କରିଥିଲେ ।
ସବୁଠାରୁ ବଡ କଥା ହେଉଛି, ସେହି ହୋଟେଲ ପ୍ରାୟ ଶନିବାର ପର୍ଯ୍ୟନ୍ତ ଖୋଲା ଥିଲା । କିନ୍ତୁ ରବିବାର ଦିନ ହଠାତ କାହିଁକି ଦୋକାନ ବନ୍ଦ ଥିଲା । ଯାହାକୁ ନେଇ ଏବେ ଉଠୁଛି ପ୍ରଶ୍ନ । ଏହା ଗୋପାଳଙ୍କ ପ୍ଲାନ ଥିଲା ନା, ଷଡ଼ଯନ୍ତ୍ର ରଚିଥିଲେ ଗୋପାଳ । ହୋଟେଲକୁ ବନ୍ଦ କରିବାକୁ କହି ଭାଇକୁ ଘରକୁ ପଠାଇ ଦେଇଥିଲେ କି ? ନା ନବ ଦାସଙ୍କୁ ଗୁଳି କରିବାକୁ ଯୋଜନା କରି ଏପରି କରିଥିଲେ ଗୋପାଳ ? କାରଣ ଭାଇଙ୍କ ହୋଟେଲକୁ ନିୟମିତ ଯାଉଥିଲେ ଏଏସଆଇ ଗୋପାଳ ଦାସ । ଅନ୍ୟପଟେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ରିପୋର୍ଟ । ରିପୋର୍ଟ ଦିଆଯାଇଥିବା କହିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେପଟେ ଏହି ମାମଲାରେ ନବ ଦାସଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ଜେରା କରାଯାଇଛି । ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ବି ଜେରା କରିଛି କ୍ରାଇମବ୍ରାଞ୍ଚ ।