ଜଳେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳଙ୍କ ଘରେ ହେଉଥିଲା ଛାନଭିନ । କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳର ବଡ ଭାଇଙ୍କ ହୋଟେଲରେ ମଧ୍ୟ ଛାନଭିନ କରିଥିଲେ । ସେହି ସମୟରେ ଗୋପାଳର ଭାଇକୁ ପଚରାଉଚରା ସମୟରେ ଉଠାଇନେଇଛି କ୍ରାଇମବ୍ରାଞ୍ଚ |
ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ ମିଳିପାରେ ବୋଲି ବୋଧହୁଏ ଅନୁମାନ କରିଛି କ୍ରାଇମବ୍ରାଞ୍ଚ । କାରଣ ଭାଇର ଦୋକାନରେ ବସାଉଠା କରୁଥିଲା ଅଭିଯୁକ୍ତ ଗୋପାଳ । ଏଥିସହିତ କ୍ରାଇମ୍ ସ୍ପଟ୍ରେ ମଧ୍ୟ ରହି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିଛି । ବ୍ରଜରାଜନଗରରେ ନବ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍ ।