ବ୍ୟୁରୋ : ପ୍ରତି ୧୨ ଜଣରେ ଜଣେ ଶିଶୁ ଯୌନ ନିର୍ଯାତନାର ଶିକାର ହେଉଛି । ଏନେଇ ପ୍ରକାଶ ପାଇଛି ଲାନସେଟ ରିପୋର୍ଟ । ଏହି ରିପୋର୍ଟ ଅନଲାଇନ ଯୌନ ନିର୍ଯାତନାର ହାର ପ୍ରକାଶ କରିଥାଏ । ତେବେ ୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ଲାନସେଟ ରିପୋର୍ଟ ଦେଇଛି ।
ନିକଟରେ ପ୍ରକାଶ ପାଇଛି ଲାନସେଟ୍ ଚାଇଲ୍ଡ ଆଣ୍ଡ ଆଡଲ୍ଟସେଣ୍ଟ ହେଲ୍ଥ ରିପୋର୍ଟ । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନୂତନ ଅଧ୍ୟୟନ ଅନୁସାରେ, ବିଶ୍ବରେ ପ୍ରତି ୧୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ପ୍ରକାରର ଅନଲାଇନ୍ ଯୌନ ଶୋଷଣ କିମ୍ବା ନିର୍ଯାତନାର ଶିକାର ହୋଇଛନ୍ତି । ଅନଲାନନ୍ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ଏକ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି । ଯାହା ଦୃତ ଗତିରେ ବୃଦ୍ଧି ପାଉଛି । ୧୨୩ଟି ଅଧ୍ୟୟନର ଫଳାଫଳ ରୁ ପ୍ରକାଣ ପାଇଥିବା ରିପୋର୍ଟ ସୂଚାଇ ଦେଇଛି ଯେ, ୧୨.୬ ପ୍ରତିଶତ ଓ ଅନଲାଇନ୍ ଅନୁରୋଧ ଦ୍ୱାରା ୧୨.୫ ପ୍ରତିଶତ ଶିଶୁ ପ୍ରଭାବିତ ହୋଇଛନ୍ତି ।
ତେବେ ଏହି ରିପୋର୍ଟ ଯେମିତି ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ତେବେ ନଜର ପକାନ୍ତୁ କ’ଣ ରହିଛି ଲାନସେଟ୍ ରିପୋର୍ଟର ତଥ୍ୟ ;
୧୨ଜଣ ଶିଶୁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୌନ ଶୋଷଣର ଶିକାର
୧୨୩ଟି ଅଧ୍ୟୟନର ଫଳାଫଳକୁ ବିଶ୍ଳେଷଣ କରି ପ୍ରକାଶିତ ହୋଇଛି ରିପୋର୍ଟ
ପ୍ରତି ୮ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଫଟୋ ଆଧାରିତ ନିର୍ଯାତନା (୧୨.୬%)
ଅନ୍ଲାଇନ୍ ଅନୁରୋଧ ଭଳି ଶିଶୁ ଯୌନ ଶୋଷଣର ଶିକାର (୧୨.୫%)