(ଦୀପକ ମିଶ୍ର / ଉଦଳା) ; ପିଗିବ୍ୟାଙ୍କ ବା ସରାଘଡି ଭାଙ୍ଗି ସେଥିରୁ ଟଙ୍କା ବାହାର କରିଥିବାରୁ ନାବାଳିକାକୁ ଗାଳି କରିଥିଲେ ମା । ଯାହାକୁ ନେଇ ଝିଅ ନେଲା ଚରମ ନିଷ୍ପତି । ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଲା ନାବାଳିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଙ୍ଗାରପଦା ଗ୍ରାମରେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଙ୍ଗାରପଦା ଗ୍ରାମର ଶରତ ସୋରେନ୍ଙ୍କ ୧୦ ବର୍ଷର ଝିଅ ପୁଷ୍ପାଞ୍ଜଳି ସୋରେନ୍ ଆଜି ନିଜର ପିଗିବ୍ୟାଙ୍କ ବା ସରାଘଡି ଭାଙ୍ଗି ସେଥିରୁ ଟଙ୍କା ବାହାର କରୁଥିବାର ତାଙ୍କ ମା ଦେଖିଦେଇଥିଲେ ,ଏବଂ। ତାଙ୍କ ମାଆ ଝିଅ ପୁଷ୍ପାଞ୍ଜଳିକୁ ଗାଳି ଦେଇଥିଲେ । ଏହା ପରେ ପୁଷ୍ପାଞ୍ଜଳିଙ୍କ ମାଆ ନିଜ କାମରେ ବ୍ୟସ୍ତ ଥିଲା ଝିଅ ମଧ୍ୟାହ୍ନ ସମୟରେ ଖାଇସାରି ଘରେ ଶୋଇଥିଲା । ହେଲେ ମାଆ ଦେଇଥିବା ଗାଳିରୁ ଝିଅ ନେଲା ଚରମ ନିଷ୍ପତି । ଶୋଇବା ଘରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛି ପୁଷ୍ପାଞ୍ଜଳି । ପରେ ବଡଝିଅ ଘରୁ ବାହାରିଥିବା ବେଳେ ସାନ ଝିଅ ପୁଷ୍ପାଞ୍ଜଳି ବାହାରକୁ ନ ଆସିବାରୁ ତାଙ୍କ ମାଆ ଘର ଭିତରକୁ ପଶି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ଝିଅକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ଖବର ପାଇ ଉଦଳା ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।