ଅନୁଗୋଳ/ ସୁଧାକର ସାହୁ: ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଶିବ ମନ୍ଦିର ପାଖରେ ଥିବା ପୋଖରୀ ହୁଡ଼ାରେ ଏକ ଲିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ୍।
ସୂଚନା ଯେ, ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମ କେଉଟ ସାହି ର ପ୍ରବାସିଆ ଦେହୁରୀ ଙ୍କ ପୁଅ ସୁଶିଲ ଦେହୁରୀ ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ। ସକାଳେ ଘରେ ନ ଥିବା ଜାଣି ଘର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଗ୍ରାମବାସୀ ସକାଳେ ଶୌଚ ପାଇଁ ଯିବାବେଳେ ଲିମ୍ବ ଗଛରେ ଏକ ମୃତ ଦେହ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକ ଆସି ଥିଲେ।ଏହା ସୁଶିଲ ଦେହୁରୀ (ବୟସ ୨୦)ଙ୍କର ବୋଲି ଜଣାପଡିଛି। ସଙ୍ଗେ ସଙ୍ଗେ ନାଲକୋ ପୋଲିସ କୁ ଖବର ଦିଆଯାଇଥିଲା ।ପୋଲିସ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ମୃତ ଦେହ କୁଉଦ୍ଧାର କରିବା ସହ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।