ଶେଷ ହେବାକୁ ଯାଉଛି ଜୁନ୍ ମାସ । ଏହା ସହିତ ଶେଷ ହେବାକୁ ଯାଉଛି ଆଧାର ଓ ପାନ୍ ସହ ଲିଙ୍କ କରିବାର ସମୟସୀମା । ଜୁନ୍ ୩୦ ତାରିଖ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବାକୁ ଡେଡଲାଇନ୍ ଦିଆଯାଇଥିଲା । ଏହି ୨ଦିନ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡକୁ ଲିଙ୍କ୍ ନକରାଯାଏ ତେବେ ପାନ୍ କାର୍ଡକୁ ଡିଆକ୍ଟିଭେଟ୍ କରିଦିଆଯିବ । ପାନ୍ କାର୍ଡ ଡିଆକ୍ଟିଭେଟ୍ ହେବା ପରେ କୌଣସି ପ୍ରକାର ନିବେଶ କରୁଥିଲେ, ଯେପରିକି ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ନିବେଶ କରିପାରିବେ ନାହିଁ ।
ନିର୍ଦ୍ଧାରିତ ସମୟ ଭିତରେ ଆଧାର ସହ ପାନ୍ ଲିଙ୍କ ନକରନ୍ତି ତେବେ ପରମୁହୁର୍ତ୍ତରେ ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଗଣିବାକୁ ପଡିବ । ଯଦି ଆପଣ ଡିଆକ୍ଟିଭେଟ୍ ହୋଇଯାଇଥିବା ପାନକାର୍ଡକୁ ବ୍ୟବହାର କରନ୍ତି ତେବେ ସେ ବାବଦକୁ ମଧ୍ୟ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ଏପରି କଲେ ବ୍ୟବହାରକାରୀଙ୍କୁ ୧୦ହଜାର ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।
ତେଣୁ ହାତରେ ମାତ୍ର ଆଉ ୨ଦିନ ରହିଛି । ଆଧାର ସହ ପାନ୍ ଲିଙ୍କ୍ କରାଇନାହାନ୍ତି ତେବେ ଶେଷ ତାରିଖକୁ ଅପେ କ୍ଷ ନକରି ଆଜି ହିଁ ଲିଙ୍କ୍ କରାଇନିଅନ୍ତୁ । ନଚେତ୍ ଆଗକୁ ଅନେକ ଅସୁବିଧାରେ ପଡିପାରନ୍ତି । ପୂର୍ବରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଆଧାର ସହ ପାନ୍ ଲିଙ୍କ୍ ପାଇଁ ଶେଷ ତାରିଖ ଦିଆଯାଇଥିଲା କିନ୍ତୁ ପରେ ସମୟସୀମାକୁ ବଢାଇଦିଆଯାଇଥିଲା ।