ସନ୍ଦେହ ଘେରରେ କୁନି ଝିଅର ମୃତ୍ୟୁ

0

ମାଲକାନଗିରି/ସୂର୍ୟ୍ୟକାନ୍ତ ବେହେରା: ଭୋ ଭୋ ହୋଇ କାନ୍ଦୁଛି ବାପା । କାନ୍ଦି କାନ୍ଦି କହୁଛି ବାପା ମୋ ଝିଅ କେମିତି ମଲା କେହି ଜାଣିନାହାନ୍ତି । କେମିତି ମରିଛି ସେଟା ଭି ଜଣାନାହିଁ । କିଛି ଦିନ ହେବ ୨, ୪ଟା କଥା ଖନେଇ ଖନେଇ କହୁଥିଲା । ଏଭିଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏମଭି ୧୨ ନମ୍ବର ଗ୍ରାମରେ । ସନ୍ଦେହଜନକ ଅବସ୍ଥାରେ ମିଳିଛି ୨ ବର୍ଷର କୁନି ଝିଅର ମୃତ ଦେହ । ତେବେ ମୃତ୍ୟୁ ହୋଇଥିବା କୁନି ଝିଅ ହେଲେ ତିଥି ମଣ୍ଡଳ । ମୃତ୍ୟୁ କେଉଁ ପରିସ୍ଥିତିରେ, କିଭଳି ଭାବରେ ଘଟିଛି ତାହା ଅସ୍ପଷ୍ଟ ରହିଛି।ତେବେ ମୃତ ଝିଅର ବାପା ସୁବଳ ମଣ୍ଡଳ ଗତକାଲି ନିଜର କାମ ସାରି ଘରକୁ ଫେରିବା ପରେ ନିଜ ସ୍ତ୍ରୀ କୋଳରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଝିଅର ମୃତ୍ୟୁ କେମିତି ହେଲା ପଚାରିଥିଲେ । ହେଲେ ସ୍ତ୍ରୀ ଜାଣିନଥିବା କହିଥିଲେ । କିନ୍ତୁ ନିଜ କୁନି ଝିଅଟି ପୋଖରୀରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ସେ କହିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ସୁବଳ।। ଝିଅର ମୃତ୍ୟୁ ନେଇ ମାଲକାନଗିରି ଥାନା ରେ ଏକ ଏତଲା ଦେଇଥିଲେ, ଏତଲା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଶବ ବ୍ୟବଛେଦ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି!