କଟକ: ବଢିଲା ମୃତକଙ୍କ ସଂଖ୍ୟା । ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସତ ହେଉଥିବା ଅବସ୍ତାରେ ଆଉଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢି ୨୯୨ହୋଇଛି । ଏହି ମୃତକଙ୍କ ନା ପଲଟୁ ନାସକାର ହୋଇଥିବା ବେଳେ ସେ କୋଲକାତାର ବାସିନ୍ଦା ବୋଲି କୁହାଯାଉଛି । ଟ୍ରେନ ଦୁର୍ଘଟଣାରେ ସେ ଆହତ ହୋଇ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।ଏହି ୪ଜଣ ଏସସିବିରେ ଚିକିତ୍ସତ ହେଉଥିଲେ ।