ହରିଣକୁ କୋଇଡା ବନ ବିଭାଗ ଉଦ୍ଧାର କରିଛି

0

ସୁନ୍ଦରଗଡ଼( କୋଇଡା ନଗେଶ ଚନ୍ଦ୍ର ପାଢ଼ୀ);-ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ଅଧିନ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଜନବସତୀ ମଧ୍ୟକୁ ପଳାଇ ଆସିଥିବା ହରିଣକୁ କୋଇଡା ବନ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାଇ, ବଣାଇ ବନଖଣ୍ଡ ଅଧିନସ୍ଥ କୋଇଡା ବନାଞ୍ଚଳର ଭବାନୀ ପାହାଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ  ଅଣ୍ଡିରା ହରିଣ  ବାଟବଣା ହୋଇ କୋଇଡା ଜନବସତୀ ଅଞ୍ଚଳକୁ ଚାଲି ଆସିଥିଲା । କିଛି କୁକୁର ହରିଣକୁ ଦେଖି କାମୁଡିବାକୁ ଗୋଡେଇ ଗୋଡେଇ କାମୁଡି ଥିବା ବେଳେ ସ୍ଥାନୀୟ ଜନତା ପ୍ରଥମେ କୁକୁରଙ୍କ ଠାରୁ ହରିଣକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ ।  ଖବର ପାଇ ବନ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଂଚି ଆହତ ହରିଣ ଟିକୁ କୋଇଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣିଥିଲେ।ଖବର ପାଇ ଫରେଷ୍ଟ କାର୍ଯ୍ୟାଳୟରେ କୋଇଡା ଗୋଷ୍ଟୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଜିତ କୁମାର ବେହେରା ବେହେରା ପହଂଚି ଆହତ ହରିଣର ପ୍ରାଥମିକ ଚିକିତ୍ସା କରିଥିଲେ ।   ଜଙ୍ଗଲ ମଧ୍ୟରୁ ପଳାଇ ଆସିଥିବା ହରିଣଟି ସୁସ୍ଥ ହେବା ପରେ ଡ଼ିଏଫଓ ଙ୍କ ଆଦେଶ ଅନୁସାରେ ହିଁ ଜଙ୍ଗଲ ରେ ଛଡା ଯିବା ନେଇ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।