ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଇଣ୍ଡିଆନ ସ୍କୁଲ ଅଫ ବିଜିନେସ(ISB) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି । କୃଷି ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ଏବଂ ISBର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶ୍ୱିନୀ ଛାତ୍ରେଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଉପସ୍ଥିତରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଫଳ, ପନିପରିବା ଏବଂ ପଶୁସମ୍ପଦ ଉତ୍ସରୁ ଉତ୍ପାଦିତ ଖାଦ୍ୟ ଉପରେ ଧ୍ୟାନ ଦେଇ କୃଷି ଆଧାରିତ ପୁଷ୍ଟି ସମ୍ମିଶ୍ରଣକୁ ଦୃଢ କରି ରାଜ୍ୟର ଖାଦ୍ୟ ଶୈଳୀକୁ ଭନ୍ନତ ଓ ପୁଷ୍ଟିକର କରିବା । ଜଳବାୟୁ ଅନୁକୂଳ ସହାୟତା ସେଲ ପ୍ରତିଷ୍ଠା କରିବା, ଯାହା ସ୍ଥାୟୀ ଏବଂ ଜଳବାୟୁ ସହଣୀ କୃଷି ପାଇଁ ପଥ ନିର୍ମାଣରେ ସହାୟକ ହେବ । ଇଣ୍ଡିଆନ ସ୍କୁଲ ଅଫ ବିଜନେସ ରାଜ୍ୟର ସ୍ଵଳ୍ପ ଆୟକାରୀ ପରିବାର ମଧ୍ୟରେ ପୃଷ୍ଟିକର ଖାଦ୍ୟରୁ ପୃଷ୍ଟିବତ୍ତାକୁ ଉନ୍ନତ କରିବା ଲାଗି ବିଭାଗ ସହିତ କାର୍ଯ୍ୟ କରିବ । ଅପପୃଷ୍ଟି ହ୍ରାସ କରିବା ପାଇଁ ISB ଅନୁସନ୍ଧାନ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ । ଏହା ସହ କୃଷି ବିଭାଗ ଓ ISB ମିଳିତ ଭାବରେ ଏକ ଜଳବାୟୁ ଅନୁକୂଳ ସହାୟତା ସେଲ ପ୍ରତିଷ୍ଠା କରିବେ । ଜଳବାୟୁ ପରିବର୍ତ୍ତନଶୀଳତା ଯୋଗୁଁ ରାଜ୍ୟରେ ଫସଲ, କୃଷକ ଓ ଗ୍ରାମାଞ୍ଚଳର ଜୀବିକା ଉପରେ ପ୍ରଭାବ ପକାଉଥିବା କାରଣ ଗୁଡ଼ିକୁ ଚିହ୍ନଟ ଏବଂ ଅନୁଧ୍ୟାନ ପାଇଁ କୃଷି ବିଭାଗ ସହ କାର୍ଯ୍ୟରତ ରହିବ । ଓଡିଶା ପାଇଁ ଜଳବାୟୁ ଅନୁକୂଳ କୃଷି ରୋଡ଼ ମ୍ୟାପ ପାଇଁ ନୀତିଗତ ଅଭିନବ ନିଷ୍ପତି ଏବଂ ପଥ ଚିହ୍ନଟ କରିବାରେ ISB କୃଷି ବିଭାଗକୁ ସହାୟତା ପ୍ରଦାନ କରିବ ।