ଏଣିକି ମହଙ୍ଗା ହେବ ଆମେରିକା ଯାତ୍ରା । ଦେବାକୁ ପଡିବ ଅଧିକ ଶୁଳ୍କ । ବୈଦେଶିକ ବିଭାଗ ଭିସା ବାବଦକୁ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଓ ପର୍ୟ୍ୟଟକଙ୍କୁ ମହଙ୍ଗା ଭାର ବହନ କରିବାକୁ ପଡ଼ିବ।
କିଛି ଅଣ-ପ୍ରବାସୀ ଭିସା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ବୈଦେଶିକ ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ଛାତ୍ର ଏବଂ ପର୍ୟ୍ୟଟକଙ୍କୁ ମହଙ୍ଗା ଭାର ବହନ କରିବାକୁ ପଡ଼ିବ।
ଆମେରିକାର ବୈଦେଶିକ ବିଭାଗ ତରଫରୁ ଜାରି ବୟାନ ଅନୁସାରେ, ଅଣ-ପ୍ରବାସୀ ଭିସା ପାଇଁ ବର୍ଦ୍ଧିତ ଶୁଳ୍କ ଆସନ୍ତା ମେ’ ୩୦ରୁ ଲାଗୁ ହେବ। ଏହି ଭିସାଗୁଡିକରେ ପରିଦର୍ଶକ, ଟୁରିଷ୍ଟ ଭିସା, ଛାତ୍ର ଭିସା ଏବଂ ଏକ୍ସଚେଞ୍ଜ ଭିଜିଟର ଭିସା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ଭିସା ଆବେଦନ ଶୁଳ୍କ ଏକ ଶ୍ରେଣୀ ଢଙ୍ଗରେ ବୃଦ୍ଧି କରାଯାଇଛି।
ବ୍ୟବସାୟ କିମ୍ବା ପର୍ୟ୍ୟଟକ (B1 / B2 ଏବଂ BCC) ଭିସା ଏବଂ ଅନ୍ୟାନ୍ୟ ନନ୍-ପିଟିସନ ଭିତ୍ତିକ NIV ଯେପରି ଛାତ୍ର ଭିସା ପାଇଁ ଦେୟ ୧୩୦୦୦ରୁ ବଢ଼ି ୧୫୦୦୦ ଟଙ୍କା ହେବ। ବର୍ତ୍ତମାନର ବିନିମୟ ମୂଲ୍ୟ ଅନୁସାରେ, ଏହି ନିୟମ ଲାଗୁ ହେବା ପରେ ଭାରତୀୟ ଛାତ୍ରମାନଙ୍କୁ ଆମେରିକା ଭିସା ପାଇଁ ପାଖାପାଖି ୧୫,୧୪୦ ଟଙ୍କା ଦେବାକୁ ପଡିବ।