ପଞ୍ଚାୟତ ସମିତି ସଭା ଗୃହରେ ଅଭିଯୋଗ ଶୁଣାଣଲେ ଜିଲ୍ଲାପାଳ

0

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ଯା ନିହିତ ୫୯ ଗୋଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୪୯ ଗୋଟି ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ, ୧୦ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ଦୁଇ ଗୋଟି ଦରଖାସ୍ତ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବାବେଳେ ଅନ୍ୟ ସମସ୍ତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ଦାସ ତରଭା ଏସ ବି ଆଇ ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ରେ ବୀମା ଅନୁବନ୍ଧିତ ବଡ଼ଭଇଁରୋ ଗ୍ରାମ ପଞ୍ଚାୟତର ମୃତକ ଜୋତ୍ସ୍ନା ଜାଲଙ୍କ ସ୍ୱାମୀ (ନୋମିନି)  ହେମନ୍ତ ଜାଲଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ, ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା  ଯୋଜନାରେ ବଡ଼ଫଟକରା ଗ୍ରାମ ପଞ୍ଚାୟତର ମୃତ ପହିଲମାନ ନାଗଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା।