ମୋ ବସ୍ ସିରିଜ୍ ଦୁର୍ଘଟଣାରେ ଦୋଷୀ ନୁହେଁ ଚାଳକ : କ୍ରୁଟ୍

0

ବ୍ୟୁରୋ : ଆଜି ସକାଳେ ରାଜମହଲ ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ସିରିଜ୍ ଦୁର୍ଘଟଣା ଘଟି ଥିଲା । ଉକ୍ତ ଘଟଣାରେ ୨ଟି ମୋ ବସ ଓ ୨ଟି କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ମୋ ବସକୁ ପଛପଟୁ ଧକ୍କାଦେଇଥିଲା ଆଉ ଏକ ମୋ ବସ୍ । ସେନେଇ କ୍ରୁଟ୍ ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ । ସୂଚନା ଯୋଗ୍ୟ ଯେ, ପ୍ରାଥମିକ ଯାଞ୍ଚ ପରେ ଜଣାପଡିଛି କୌଣସି ଚାଳକ ମଦ୍ୟପାନ କରିନଥିଲେ । ଦୁର୍ଘଟଣା ପରେ ଜଣେ କ୍ୟାପଟେନଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ତେବେ ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଅଧିକ ସଚେତନତାର ସହିତ ଏଭଳି ସ୍ଥିତିକୁ ଭବିଷ୍ୟତରେ ଏଡାଇବା ପାଇଁ ଡ୍ରାଇଭିଂ ଟ୍ରେନିଂ ଉପରେ ଅଧିକ ଗୁରୁତ୍ୱାରୋପ କରାଯିବ ।