ହେଲମେଟ୍ ଚେକିଂ ବେଳେ ପୁଲିସ୍ କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଲେ ଚାଳକ

0

ଭୁବନେଶ୍ୱର : ପୁଲିସ୍ ପାଇଁ କାଳ ହେଲା ହେଲମେଟ୍ ଚେକିଂ। ଇନ୍ଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ପୁଲିସ୍ କର୍ମୀଙ୍କର ଭାଙ୍ଗିଲା ଗୋଡ଼। ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇବାରୁ ପୁଲିସ୍ କର୍ମୀଙ୍କ ଉପରେ ଚଢ଼ାଇଲେ ବାଇକ୍। ଜଣଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିବା ସହ ବାଇକ ଜବତ୍ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।