ଭୁବନେଶ୍ୱର: ଖରାଦିନ ଆରମ୍ଭରୁ ହେଉଛି ମୁଣ୍ଡଫଟା ଖରା । ଅସହ୍ୟ ତାତି ପାଇଁ ଲୋକେ ଏବେଠାରୁ ଛଟପଟ ହେଲେଣି । ଏବେ କିଛି ଦିନ ପାଇଁ ଗୁଳି ଗୁଳି ସହିତ ଅହେତୁକ ତାପମାତ୍ରାରୁ ମିଳିବ ଆଶ୍ବସ୍ତି । ରାଜ୍ୟରେ ୧୦ ତାରିଖ ଯାଏ ରହିବ ବର୍ଷାର ପ୍ରଭାବ । ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉପକୂଳର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ ଘଡି ସହ ବର୍ଷା ସମ୍ଭାବନା । ଘଡ ଘଡି ସହ ବର୍ଷା ନେଇ ୯ ଓ ୧୦ ତାରିଖ ପାଇଁ ୟେଲୋ ଆଲର୍ଟ । ୯ ତାରିଖ ପାଇଁ ୬ ଓ ୧୦ ତାରିଖ ପାଇଁ ୭ ଜିଲ୍ଲା କୁ ଆଲର୍ଟ ଜାରି । ଆଜି ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେପଟେ କାଲି ହୋଲିରେ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୯ ତାରିଖରେ ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୯ ରେ ସୁନ୍ଦରଗଡ଼, କେଉଁଝର,ମୟୁରଭଞ୍ଜ, ଅନୁଗୁଳ,ଢେଙ୍କାନାଳ, ଯାଜପୁର ୧୦ ରେ କେଉଁଝର,ମୟୁରଭଞ୍ଜ,ଅନୁଗୁଳ, ଢେଙ୍କାନାଳ,ଯାଜପୁର,ଭଦ୍ରକ,ବାଲେଶ୍ୱର ତାତି କମିବ ଓ ବର୍ଷରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟ ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା।