ସାରା ବିଶ୍ୱରେ ପଡିବ ହିମାଳୟ ତରଳିବାର କୁପ୍ରଭାବ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ହିମାଳୟ ପର୍ବତମାଳା, ବିସ୍ତିର୍ଣ୍ଣ ଗ୍ଲେସିୟର ଏବଂ ତୁଷାର ଆବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ । ସାରା ବିଶ୍ବର ଜଳବାୟୁ ପରିବର୍ତ୍ତନ ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ଭୟଙ୍କର ଭାବେ ପ୍ରଭାବିତ କରୁଛି । ଯାହା ବର୍ତ୍ତମାନ ବିପଦର କାରଣ ପାଲଟିଛି । ପ୍ରାୟ ୨୦୦ କୋଟି ଲୋକଙ୍କ ଉପରେ ହିମାଳୟ ତରଳିବାର ପ୍ରଭାବ ପଡିବ ବୋଲି କୁହାଯାଉଛି ।

As Himalayan Glaciers Melt, a Water Crisis Looms in South Asia - Yale e360
ଦଶନ୍ଧି ଦଶନ୍ଧି ଧରି ହେଉଥିôବା ଅନୁସନ୍ଧାନରୁ ଜଣାପଡିଛି ଯେ, ଗ୍ଲେସିୟର ବିପଦଜ୍ଜନକ ଭାବେ ତରଳୁଥିବାରୁ ସମସ୍ତ ନଦୀ ଗୁଡିକରେ ପ୍ରଭାବ ପକାଇବ । ଏହା ଜଳବାୟୁ ପ୍ରତି ସଙ୍କଟ ସୃଷ୍ଟି କରିବ । କିନ୍ତୁ ବର୍ତ୍ତମାନର ଚିନ୍ତାଜନକ ବିଷୟ ହେଉଛି ଯେ ଗ୍ଲେସିୟରର ମାତ୍ରା ବଢୁଥିବାରୁ ପାଣିର ମାତ୍ରା କମୁଛି । ଆଉ ଏହା ଲଗାତାର ବଢିବାରେ ଲାଗିଛି ।
ପୃଥିବୀର ସବୁଠୁ ଉଚ୍ଚ ପର୍ବତ ୮,୮୪୮ ମିଟର ଉଚ୍ଚତା ବିଶିଷ୍ଠ ମାଉଣ୍ଟ ଏଭରେଷ୍ଟ । ନୂଆ ଗବେଷଣା ଅନୁସାରେ, ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ ଆକଳନ କରାଯାଉଛି ଗ୍ଲେସିୟର ବିପଦଜ୍ଜନକ ହାରରେ ତରଳୁଥିବାରୁ ଗ୍ଲେସିୟର ହ୍ରଦଗୁଡ଼ିକ ବୃଦ୍ଧି ପାଉଛି ।

Himalayan glaciers on track to lose up to 75% of ice by 2100, report says |  Reuters
ହିମାଳୟ ଅଞ୍ଚଳର ନଦୀଗୁଡ଼ିକୁ ସ୍ବଚ୍ଛ ଜଳ ଯୋଗାଇବାରେ ଏହି ହ୍ରଦଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ତେବେ ସେଗୁଡ଼ିକରୁ ଭୟଙ୍କର ବିପଦ ଆଶଙ୍କା ରହିଛି । ଗ୍ଲେସିୟର ହ୍ରଦ ଭୁଷୁଡ଼ିବା ଦ୍ୱାରା ସୃଷ୍ଟ ହେଉଥିବା ବନ୍ୟା ପ୍ରଳୟଙ୍କାରୀ ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି । ୧୯୮୪ରୁ ୨୦୨୩ ମଧ୍ୟରେ ସାଟେଲାଇଟ୍ ଡାଟା ବ୍ୟବହାର କରି ଇସ୍ରୋ ଏହି ଗବେଷଣା କରିଆସୁଛି । ଗବେଷକଙ୍କ ମତ ଅନୁଯାୟୀ , ହିମାଳୟରେ ୨,୪୩୧ଟି ଗ୍ଲେସିୟର ହ୍ରଦ ଚିହ୍ନଟ ହୋଇଛି, ଯାହାର ଆୟତ୍ତନ ୧୦ ହେକ୍ଟରରୁ ଅଧିକ । ୧୯୮୪ରୁ ସେଠାରେ ଥିବା ୬୭୬ଟି ହ୍ରଦର ଆକାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିରେ ୧୩୦ଟି ହ୍ରଦ ଭାରତ ମଧ୍ୟରେ ରହିଛି । ସେଥିରୁ ୬୫ଟି ସିନ୍ଧୁ ନଦୀ ଅବବାହିକାରେ ଥିବାବେଳେ ୭ଟି ଗଙ୍ଗାନଦୀ ଅବବାହିକା ଏବଂ ୫୮ଟି ବ୍ରହ୍ମପୁତ୍ର ଅବବାହିକାରେ ରହିଛି । ୬୦୧ଟି ହ୍ରଦର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିବା ଇସ୍ରୋ ରିପୋର୍ଟରେ କୁହାଯାଇଛି ।

Long-standing consensus on the human origin of global warming | CNRS News
ଅନ୍ୟପକ୍ଷେ, ୨୦୧୧ ରୁ ୨୦୨୪ ମଧ୍ୟରେ ଭାରତରେ ହିମହ୍ରଦର ଉପରଭାଗ ଅଞ୍ଚଳ ୩୩.୭% ବୃଦ୍ଧି ପାଇଛି । ହଠାତ ହିମହ୍ରଦରେ ଆସୁଥିବା ବନ୍ୟା ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ଜୀବନକୁ ବିପନ୍ନ କରିବା ସହ ଭିତ୍ତିଭୂମି ଓ ଜୈବ ବିବିଧତାକୁ ନଷ୍ଟ କରିଦେଉଛି । ଲଦାଖ , ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା । ଏଭଳି କ୍ଷତି ଏଡ଼ାଇବା ସକାଶେ ତ୍ୱରାନ୍ବିତ ଅନୁଧ୍ୟାନ, ତ୍ୱରିତ ସତର୍କତା ବ୍ୟବସ୍ଥା ଓ ବିକଶିତ ବନ୍ୟା ପରିଚାଳନା ରଣନୀତି ସ୍ବତନ୍ତ୍ର କରିବା ମଧ୍ୟ ଜରୁରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା ।

Himalayan Glaciers Melt At An Alarming Rate - Asiana Times
ତେବେ ଏ ନେଇ ସାଇନ୍ସ ଆଡଭାନ୍ସ ପତ୍ରିକାରେ ଜୁନ ୨୦୧୯ ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ୧୯୭୫ ରୁ ୨୦୦୦ ବର୍ଷ ତୁଳନାରେ ୨୦୦୦ ମସିହାରୁ ହିମାଳୟ ଆଇସବର୍ଗ ଦୁଇଗୁଣ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଜନସଂଖ୍ୟା ବଢିବା ସହ ଗ୍ଲୋବାଲ ୱାର୍ମିଂ ମଧ୍ୟ ବଢି ଚାଲିଛି । ଫଳରେ ତାଣ୍ଡବ ରଚିଥିଲା ପ୍ରକୃତି । ଏବେ ପୁଣି ଥରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।