କେନ୍ଦ୍ରାପଡ଼ା / ଅଶ୍ଵିନୀ କୁମାର ସାହୁ : କେନ୍ଦ୍ରାପଡ଼ା ରାଜକନିକା ମହୁରୀ ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ କର୍ମଚାରି ମୃତ । ସୂଚନା ମୁତାବକ ଟାଟା ପାୱାର ଠାରୁ ଫ୍ରାଞ୍ଚଆଇଜ ନେଇ ମିଟର ରିଡିଙ୍ଗ ଓ ବିଦ୍ୟୁତ ସଂଯୋଗ କାର୍ୟ୍ୟରେ ନିୟୋଜିତ ଥିବା ଡି ଆଣ୍ଡ ବି କମ୍ପାନିର କର୍ମଚାରୀ ସନ୍ତୋଷ କୁମାର ବେହେରା ଆଜି ମହୁରୀ ଗାଁରେ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ବେଳେ ହଟାତ ବିଦ୍ୟୁତ ସଂସ୍ପର୍ଶ ରେ ଆସି ତଳକୁ ଖସି ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ବିଦ୍ୟୁତ କର୍ମଚାରୀ ହେଉଛନ୍ତି ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସନ୍ତୋଷ ବେହେରା ବୋଲି ଜଣା ପଡିଛି ।