ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା , ପୁଣି ମୃତଦେହ ଉଦ୍ଧାର
ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା , ଗଳିତ ମୃତଦେହ ଉଦ୍ଧାର
(ଆଠଗଡ଼) : କେତେବେଳେ ଚିକିତ୍ସା ଅବସ୍ଥାରେ ତ କେତେବେଳେ ଶିକାରୀ ହାବୁଡ଼ରେ ପଡି ହାତୀମାନଙ୍କ ଜୀବନ ଯାଉଛି । ଏହି କ୍ରମରେ ପୁଣି ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହାତୀର ମୃତଦେହକୁ ଉଦ୍ଧାର କରିଛି ଏସଟିଏଫ୍ ।
ଗତକାଲି ଏକ ହାତୀର ମୃତଦେହ ଉଦ୍ଧାର କରିଥିଲା ଏସଟିଏଫ୍ । ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ କୌଣସି ଶିକାରୀ ମାରିଥିବା ସନ୍ଧେହ କରାଯାଉଛି ।
ଅନ୍ୟପଟେ ଗତକାଲି ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବ ବାନାଞ୍ଚଳ ଅନ୍ତର୍ଗତ ସେରମୁଣ୍ଡା ସେକ୍ସନ ସେରମୁଣ୍ଡା ବିଟ୍ ନିକଟ ନୁଆଗଡ଼ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଥିଲା ହାତୀ ମୃତ୍ୟୁ । ଅସୁସ୍ଥ ମାଈ ହାତୀର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି । ସାତକୋଶିଆର ଡ଼ାକ୍ତରୀ ଟିମ୍ ସହିତ ବନ କର୍ମଚାରୀ ମାନେ ଚିକିତ୍ସା କରିଥିଲେ। ସବୁ ଚେଷ୍ଟା ଫେଲ୍ ମାରିଥିଲା । ଶେଷରେ ମାଈ ହାତୀର ମୃତ୍ୟୁ ହୋଇଥିଲା ।