ଭାରତ-ପାକ୍ ଯୁଦ୍ଧ ବନ୍ଦ ହେବା ଭାରତୀୟ ନିବେଶକ ଏବଂ ବଡ ବ୍ୟବସାୟୀଙ୍କୁ ବଡ ଫାଇଦା ଆଣି ଦେଇଛି

0

ନୂଆଦିଲ୍ଲୀ-: ଭାରତ-ପାକ୍ ଯୁଦ୍ଧକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଥିଲା, ତାହା ହେଉଛି ଯୁଦ୍ଧ ହେଲେ ଦେଶ ବହୁତ ବର୍ଷ ପଛକୁ ପଳାଇବ । ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିବ । ଯୁଦ୍ଧ ହୋଇଥିଲେ ବୋଧ ହୁଏ ଏକଥା ସତ ବି ହୋଇପାରିଥାନ୍ତା, କିନ୍ତୁ ଭାରତ-ପାକ୍ ଯୁଦ୍ଧ ବନ୍ଦ ହେବା ଭାରତୀୟ ନିବେଶକ ଏବଂ ବଡ ବ୍ୟବସାୟୀଙ୍କୁ ବଡ ଫାଇଦା ଆଣି ଦେଇଛି । ସେୟାର ବଜାରରେ ବୃଦ୍ଧି କାରଣରୁ ନିବେଶକଙ୍କ ସମେତ ଅମ୍ବାନୀ ଓ ଆଦାନୀଙ୍କୁ ବି ବଡ ଫାଇଦା ମିଳିଛି । ଦେଶର ଦୁଇ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ମଧ୍ୟ ସେୟାର ବଜାରର ବୃଦ୍ଧିରୁ ଲାଭ କମାଇଛନ୍ତି । ଦୁହେଁ ଗୋଟିଏ ଦିନରେ ୧୦୦ ବିଲିୟନ ଡଲାର ରୋଜଗାର କରିଥିବା ସୂଚନା ମିଳୁଛି ।

ସୂଚକାଙ୍କ ଅନୁଯାୟୀ, ସୋମବାର ଦିନ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ନେଟ୍ ସମ୍ପତ୍ତି ୪.୪୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪୪୨ କୋଟି ଡଲାର ବୃଦ୍ଧି ପାଇଛି । ସେହିପରି, ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ନେଟ୍ ସମ୍ପତ୍ତି ୫.୩୧ ବିଲିୟନ ଡଲାର ଅର୍ଥାତ୍ ୫୩୧ କୋଟି ଡଲାର ବୃଦ୍ଧି ପାଇଛି । ଏହା ସହିତ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ସୋମବାର ଭାରତୀୟ ଷ୍ଟକ୍ ବଜାରରେ ପ୍ରାୟ ୪ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ନିବେଶକମାନେ ଗୋଟିଏ ଦିନରେ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି ।