ମା ତାରିଣୀଙ୍କ ଚଇତି ପର୍ବ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ

0

କେନ୍ଦୁଝର/ ଧରଣୀ ପାତ୍ର: କେନ୍ଦୁଝର ଜିଲ୍ଲା ମା ତାରିଣୀଙ୍କ ଚଇତି ପର୍ବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଘଟଗାଁ ତହସିଲ ଅଫିସର ତହସିଲଦାର ଶ୍ରୀଯୁକ୍ତ ଜନକ କୁମାର ନାଏକ, ଘଟଗାଁ ଥାନା ଆଇଆଇସି ଶ୍ରୀମତୀ ପ୍ରତିଭା ମଞ୍ଜରୀ ସାହୁ, ଘଟଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ଡ଼କ୍ତର ମୁକ୍ତି କାନ୍ତ ନାଏକ, ବନାଞ୍ଚଳର ଫରେଷ୍ଟରଙ୍କ ସହ ଘଟଗାଁ ବ୍ଲକର ବିଭିନ୍ନ ଅଫିସର ଅଫିସର, ମନ୍ଦିରର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ଆଗକୁ ଆସୁ ଥିବା ମା ତାରିଣୀଙ୍କର ଚଇତି ପର୍ବ ଏପ୍ରିଲ ୯ତାରିଖରୁ ୧୫ତାରିଖ ପର୍ୟ୍ୟନ୍ତ କିଭଳି ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇ ପାରିବ ଏବଂ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯଥା ଗରମ ଦାଉରୁ ରକ୍ଷା କରିବାକୁ ପାଣି ଛିଞ୍ଚନର ସହ ଭକ୍ତ ମାନଙ୍କୁ ଧାଡିରେ ଶାନ୍ତି ସୁଙ୍ଖଳା ସହ କିପରି ଭାବରେ ମାଙ୍କୁ ଦର୍ଶନ କରି ପାରିବେ ସେଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳି ଥିବାର ମଧ୍ୟଜଣା ପଡ଼ିଛି । ମା ତାରିଣୀଙ୍କ ଚଇତି ପର୍ବରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କର ସମାଗମକୁ ଆଖି ଆଗରେ ରଖି ୭ଦିନ ଧରି ଘଟଗାଁ ବଜାରକୁ କୋଣସି ବସ କିମ୍ବା ଯାନ ବାହନ ଆଦି ଭିତରକୁ ଆସିବା ପାଇଁ ମନ୍ଦିର ପ୍ରଶାସନ ପୋଲିସ ପ୍ରଶାସନ ତରଫରୁ ସମ୍ପୂର୍ଣ ବାରଣ କରାଯାଇଛି।ଗାଡି ପାର୍କିଂଗ ପାଇଁ ୩ ଗୋଟିସ୍ଥାନ ସିର ଧାର୍ୟ୍ୟ କରାଯାଇଛି ବୋଲି କୁହା ଯାଇଛି, କେନ୍ଦୁଝର ପଟୁ ଆସୁ ଥିବା ଗାଡିକୁ ଘଟଗାଁ ହାଟ ପଡିଆ ନିକଟରେ ରଖା ଯିବା ବେଳେ ଭୁବନେଶ୍ୱର ପଟୁ ଆସୁ ଥିବା ଗଡିକୁ ସାଳ ବଣ ଜଙ୍ଗଲରେ ରଖା ଯିବା , ସିଙ୍ଗିବିଲ୍ଲା ପଟୁ ଆସୁ ଥିବା ଗାଡିକୁ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ଘଟଗାଁ ପଡ଼ିଆରେ ପାର୍କିଂଗ କରିବା ପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନିକ ଆଜି ବୈଠକରେ ନିଷ୍ପତି ନିଆ ଯାଇଛି ପଣା ସଂକ୍ରାନ୍ତି ଦିନ ମନ୍ଦିର ବନ୍ଦ ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବୈଠକରେ ସୂଚନା ଦେଇଛନ୍ତି ଚଇତି ପର୍ବ ପାଇଁ କୋଉ ଦିନ କଣ କାର୍ଯ୍ୟକ୍ରମ ହବାକୁ ଅଛି ସେଥି ପାଇଁ ମାଙ୍କ ପୀଠରୁ ଏକ ଗାଡିରେ ବ୍ୟାନର ମାରି ଚାରି ଆଡ଼େ ପ୍ରଚାର କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏହା ଏକ ସ୍ୱାଗତ ଯୋଗ୍ୟ ବୋଲି ଘଟଗାଁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରୁଛି ।