ଶୀତରେ ଥରୁଛି ସାରା ରାଜ୍ୟ:  ଫୁଲବାଣୀରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ

0

ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ । କମୁଛି ପାରଦ ବଢୁଛି ଶୀତ । ଅସହ୍ୟ ଶୀତରେ କଲବଲ ହେଉଛିନ୍ତି ରାଜ୍ୟବାସି ।ଏହା ସହ ୬ ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଠାରୁ କମ ରେକର୍ଡ କରାଯାଇଛି ।   ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ୭.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେବ। ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ତାରିଖ ପରେ ଶୀତ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆଜି ଏବଂ ଆସନ୍ତାକାଲି ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ସକାଳେ ଟ୍ବିନ୍ ସିଟିରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଯାହାଫଳରେ କି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଫୁଲବାଣୀ ୭.୫ ଡିଗ୍ରୀ, ରାଉରକେଲା ୮.୭ ଡିଗ୍ରୀ, ଅନୁଗୁଳ- ୯ ଡିଗ୍ରୀ, ଝାରସୁଗୁଡ଼ା- ୯ ଡିଗ୍ରୀ,  ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ ଓ ଭବନୀପାଟଣା ୯.୯ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।