ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଫେବୃୟାରୀ ପହିଲା ରୁ ଆରମ୍ଭ ହେବ + ୨ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ ୧ରୁ ୧୦ ଯାଏ ଚାଲିବ ଏହି ପ୍ରାକ୍ଟିକାଲ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ସହ କଲେଜ କତୃପକ୍ଷ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସିସିଟିଭି ସର୍ଭେଲାନ୍ସକୁ ଚଳିତ ଥର ଦିଆଯାଇଛି ଗୁରୁତ୍ୱ। ବିଭିନ୍ନ କଲେଜରେ ସିଟିଂ ଅନୁଯାୟୀ ପରୀକ୍ଷା ହେବ। ଚଳିତ ଥର ବିଜେବି କଲେଜରେ ପ୍ରଥମ ସିଟିଂ ୧୦ଟାରୁ ଅପରାହ୍ନ ୧ ଏବଂ ଦିନ ୨ରୁ ୫ ଯାଏ ୨ୟ ସିଟିଂରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଆଡ଼ମିଟ କାର୍ଡ ନେଇ ପରୀକ୍ଷା ହଲକୁ ୩୦ ମିନିଟ ପୁର୍ବରୁ ପ୍ରବେଶ କରିବେ ଛାତ୍ର ଛାତ୍ରୀ ।ଠିକ ମାସେ ପରେ ଆରମ୍ଭ ହେବ ଥିଓରି। ଆଗକୁ ପରୀକ୍ଷା ର ଋତୁ ଆସୁଥିବାରୁ ସମସ୍ତ କଲେଜ ଏଥିପାଇଁ ପ୍ରସ୍ତୁତ ହୋଇଛି ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୨୩୨୬୪୪ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୮ହଜାର୭୪୭ ଜଣ ରେଗୁଲାର ଏବଂ ୧ଲକ୍ଷ ୭୭ ହଜାର ୨୦୪ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ ଥିବା ବେଳେ ବିଜ୍ଞାନରେ ୯୧ ହଜାର ୩୭୯ , ବାଣିଜ୍ୟରେ ୨୩ ହଜାର ୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୧୧୦ ଜଣ ରହିଛନ୍ତି।